pakka

ମହଲାଇରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସଫେଇ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସେପ୍ଟେମ୍ବର ୧୫ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳନ ଅବସରରେ ସୋମବାର ଦିନ ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତରେ ଗାଁ ପରିସର ପରିଷ୍କାର ପରିଚ୍ଛନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରେନ୍ଦ୍ର ନାଗ, ଗ୍ରାମ ରୋଜଗାର ସେବକ ଜିତେନ୍ଦ୍ର ସାହୁ, ବିଆର୍‌ସି ମଧୁସୂଦନ ପଟେଲଙ୍କ ସହ ଏମ୍‌ବିକେ, ସିଆର୍‌ପି, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ଏସ୍‌ଏଚ୍‌ଜି ସଭ୍ୟାମାନେ, ୱାର୍ଡ଼ ସଭ୍ୟ, ସଭ୍ୟା, ମହଲାଇ ସ୍କୁଲର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ବଜାର ପ୍ରାଙ୍ଗଣ ସଫା କରାଯାଇଥିଲା । ଏହାସହ ଗାଁ ପରିକ୍ରମା କରି ପରିବେଶକୁ ସ୍ୱଚ୍ଛତା ରଖିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.

eighteen + 8 =