pakka

ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ନୃସିଂହ ମନ୍ଦିର ପରିସରରେ ସାମୁହିକ ତିଳ ତର୍ପଣ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ବ୍ରହ୍ମଶ୍ରୀ ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସାମୁହିକ ତିଳ ତର୍ପଣ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଏହି ତର୍ପଣ କାର୍ଯ୍ୟରେ ପୌରାହିତ୍ୟ କରିଥିଲେ । ଜୟରାମ ମିଶ୍ର, ଗୋପବନ୍ଧୁ ପୁରୋହିତ, କିଶୋର ମୋହନ ମିଶ୍ର, ବନମାଳି ନନ୍ଦ, ଜଗନ୍ନାଥ ଷଡଙ୍ଗୀ, ଗୋବିନ୍ଦ ହୋତା, ଅଶୋକ କୁମାର ମିଶ୍ର, ସନ୍ତୋଷ କୁମାର ଶତପଥି, ଦୁର୍ଗା ପ୍ରସାଦ ହୋତା ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଓ ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, ଶ୍ରୀପତି ପୁରୋହିତ ଓ ରାମ ଶଙ୍କର ଶତପଥି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 + eleven =