csstore

କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ ଟଙ୍କା ଜବତ ମାମଲା : ହଟିଲେ ହୃଷିକେଶ, ଯୋଗଦେଲେ ଲକ୍ଷ୍ମୀନାରାୟଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ସବ୍‌ଡିଭିଜନରେ ମଙ୍ଗଳବାର ଦିନ ଲକ୍ଷ୍ମୀନାରାୟଣ ମାରାଣ୍ଡି ନୂତନ ଡିଏସ୍‌ପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ଶ୍ରୀ ମାରାଣ୍ଡି ଏହା ପୂର୍ବରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ । ମିଳିଥିବା ସୂଚନା ମୁତାବକ, କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜରେ ଜବତ ହୋଇଥିବା ଟଙ୍କା ହେରଫେର୍‌ ମାମଲରେ ପୂର୍ବରୁ କାର୍ଯ୍ୟରତ ଥିବା ଡିଏସ୍‌ପି ହୃଷିକେଶ ମେହେରଙ୍କ ସଂପୃକ୍ତିକୁ ଅଧିକ ଛାନବିନ୍‌ କରିବା ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକ ନିତିନ କୁଶଲକର ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାପିତ କରିଛନ୍ତି ।

jayashree
Leave A Reply

Your email address will not be published.