pakka

ସୁବଲୟାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

bbehera

ସୁବଲୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜା ବ୍ଲକ ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବେହେରା ସଭାପତିତ୍ୱ କରି ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ସାଧନକର୍ମୀ ଚନ୍ଦ୍ରମଣି ବାଘ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପକାରିତା, ରିକୋଭରି ପୋଜିସନ, ଡିଆରଏବିସି, ଅସ୍ଥିଭଗ୍ନ, ରକ୍ତସ୍ରାବ, ବ୍ୟାଣ୍ଡେଜିଙ୍ଗ ଓ ରୋଗୀ ସ୍ଥାନାନ୍ତରଣ ଭଳି ବିଭିନ୍ନ କୌଶଳକୁ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ୟୁନିଟର ଆୟୁସ୍ମିତା ପାତ୍ର, ମୁସ୍କାନ ପାତ୍ର, ଦିପ୍ତି ରେଖା ମେହେର, ସାଳୀନି ମେହେର, କଲ୍ୟାଣୀ ଦାଶ ପ୍ରମୁଖ ତାଲିମ ସମୟରେ ଡେମୋ ପ୍ରଦର୍ଶନ କରଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

six + nineteen =