ମାଝୀପଡା ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ଏକ ଭିନ୍ନ ଢଙ୍ଗରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଘରକୁ ଯାଇ ଆଜିର ଦିବସ ଉପରେ ଆଲୋକପାତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ, ଓ ଗ୍ରାମବାସୀ ମାନଙ୍କୁ ନେଇ ଦଳ ଦଳ କରି ବର୍ତ୍ତମାନର ବିଷମ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କୁହାଯାଇଥିଲା । ସଦାସର୍ବଦା ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାବୁନ ରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା ।ଛାତ୍ରଛାତ୍ରୀ ମାନଙ୍କୁ ପଠନ ସାମଗ୍ରୀ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ କିଶୋର ବରିହା, ଦେବକୀ ତାଣ୍ଡି, ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.