ଶାନ୍ତି ତପୋବନ ଆଶ୍ରମରେ ଜନ୍ମଦିନ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଶୋକା ପ୍ରକଳ୍ପ ସମ୍ବଲପୁରର ଅଧ୍ୟକ୍ଷ ତଥା ଶିଳ୍ପପତି ଅଶୋକ ବାଟରୀୟାଙ୍କ ୭୨ତମ ଜନ୍ମ ଦିବସ ଆଜି ନିଆରା ଭାବରେ ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମରେ ପାଳନ କରାଯାଇଛି । ଏହି ଅବସରରେ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀମାନଙ୍କ ସହ ସମୟ ଅତିବାହିତ କରି ତାଙ୍କ ସହ ବାର୍ତ୍ତାଳାପ କରିଥିଲେ । ପରେ ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ଛତା, ସାବୁନ, ତେଲ, ବିସ୍କୁଟ, ମାକ୍ସ ଓ ବେଡସିଡ ବଣ୍ଟନ କରିଥିଲେ । ବାନପ୍ରସ୍ଥ ବୃଦ୍ଧ, ବୃଦ୍ଧାଙ୍କଠାରୁ ସେ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ମୁଖ୍ୟ ପରିଚାଳିକା ସୁଶ୍ରୀ ଲବଙ୍ଗ ସାହୁ, ସଂଧ୍ୟା ରାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

14 − two =