jsm

ବରପଲ୍ଲୀରେ ବନମହୋତ୍ସବ ପାଳିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ଗଞ୍ଜାମ ବ୍ଲକ ଅଧିନସ୍ଥ ରାମଗଡ଼ ପଞ୍ଚାୟତର ଏନ୍‌ ବରପଲ୍ଲୀ ଶିକ୍ଷାନୁଷ୍ଠାନ ପାର୍ଶ୍ୱରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ରାମଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା, ସମିତି ସଭ୍ୟା ସୁଶ୍ରୀ ଗୀତାଞ୍ଜଳି ବେହେରା, ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ, ସୁବଳୟା ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ କେଦାର ନାଥ ସ୍ୱାଇଁ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଗ୍ରାମବାସୀଙ୍କୁ ନିମନ୍ତ୍ରିତ ଅତିଥିମାନେ ଅଭିଭାଷଣ ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତିରେ ଜଳ ବାୟୁ ପରିବର୍ତ୍ତନ, ବିଶ୍ୱ ତାପ ବୃଦ୍ଧି, ଓଜେନ ସ୍ତରର ଅବକ୍ଷୟ ସହ ପରିବେଶ ପ୍ରଦୂଷଣ ରୋକିବାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଗ୍ରାମବାସୀଙ୍କ ପକ୍ଷରୁ ନିମନ୍ତ୍ରିତ ତଥା ମଞ୍ଚାସୀନ ବ୍ୟକ୍ତିମାନଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ପୋଡ଼ଗଡ଼ ସଭାପତି ସୁରେନ୍ଦ୍ର କୁମାର ସାହୁ, ଝଟି ପଦର ପ୍ରାକ୍ତନ ନ୍ୟାୟ ସରପଞ୍ଚ କାମେଶ୍ୱର ପଲାଇ, ପ୍ରୟାଗିର ସ୍ୱେଚ୍ଛାସେବୀ ରଞ୍ଜନ ତରାଇ ଓ ବିକ୍ରମ କୁମାର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଞ୍ଚାଳନରେ ଏନ୍‌ ବରପଲ୍ଲୀର ୱାର୍ଡ ସଭ୍ୟ ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ, ଉତ୍ସାହି ଯୁବକ ସତ୍ୟ ପ୍ରଧାନ, ଅଭି ପ୍ରଧାନ, ଶବର ପ୍ରଧାନ, ଛଟି କୃଷ୍ଣ ପ୍ରଧାନ ପ୍ରମୁଖ ମୁଖ୍ୟାଂଶରେ ରହି ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କରେ ଏପରି କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । ପରିଶେଷରେ ନୌସେନାର କାର୍ଯ୍ୟରତ ଜିତେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

yuvodaya
Leave A Reply

Your email address will not be published.