jayashree

ବିଶ୍ୱ ଫଟୋଗ୍ରାଫି ଦିବସ ରାଉରକେଲା ପ୍ରେସ କ୍ଲବ୍ ଠାରେ ପାଳିତ

  • ସର୍ବଦା ସମାଜ ହିତରେ ଫଟୋଗ୍ରାଫି କରିବା ପାଇଁ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ ରାୟଙ୍କ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ଫଟୋଗ୍ରାଫିକୁ ସ୍ମରଣ କରିବା ସହ ବା ଫଟୋଗ୍ରାଫରଙ୍କ ପାଇଁ ସମର୍ପିତ ଦିବସ ଟିଏ । ୧୮୩୯ ମସିହାରୁ ବିଶ୍‌ଶ୍ୱରେ ଏହି ଦିବସ ପାଳନ ହୋଇଆସୁଛି । ରାଉରକେଲା ଫଟୋଗ୍ରାଫର ଫାଟରନିଟୀ ବିଗତ ତିନିବର୍ଷ ଧରି ଏହାକୁ ପାଳନ କରି ରାଉରକେଲାର ଫଟୋଗ୍ରାଫରଙ୍କୁ ଏକଜୁଟ କରିବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଗତକାଲି ସଂଧ୍ୟାରେ ସେକ୍ଟର ୩ ସ୍ଥିତ ପ୍ରେସ କ୍ଲବ୍ ପରିସରରେ ଆୟୋଜିତ ବିଶ୍ୱ ଫଟୋଗ୍ରାଫି ଦିବସରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ ରାୟ ଯୋଗ ଦେଇ ସମସ୍ତ ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଦେବା ସହ ଫଟୋଗ୍ରାଫି ଉପରେ ନିଜର ଅଭିଭାଷଣ ରଖିଥିଲେ । ଗୋଟିଏ ଫଟୋ ସମାଜକୁ ଅନେକ କିଛି ବାର୍ତ୍ତା ଦେଇଥାଏ । ତେଣୁ ସମସ୍ତ ଫଟୋଗ୍ରାଫର ମାନେ ସମାଜକୁ ସର୍ବଦା ଫଟୋ ମାଧ୍ୟମରେ ଭଲ ଓ ଗୁଣାତ୍ମକ ଶିକ୍ଷା ଓ ବାର୍ତ୍ତା ଦେବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ କେକ୍ କାଟି ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରମେଶ ମିଶ୍ର, ସୁନ୍ଦରଗଡ଼ ପୌରପାଳିକା ଅଧିକାରୀ ଶରତ ଚନ୍ଦ୍ର ଦାସ ଓ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ନାୟକ ଯୋଗଦେଇ ଦିବସ ପାଳନ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ରାଉରକେଲା ଫଟୋଗ୍ରାଫର ଫାଟରନିଟୀର ପ୍ରୟାସକୁ ସମସ୍ତ ଉପସ୍ଥିତ ଅତିଥିମାନେ ସାଧୁବାଦ ଦେଇଥିଲେ । ଫଟୋଗ୍ରାଫିକୁ ପେଶା ଭାବେ ଗ୍ରହଣ କରିଥିବା ଯୁବ ବର୍ଗ ଏଥିରେ ଗବେଷଣାତ୍ମକ ପଦ୍ଧତି ଆପଣାଇ ପାରିଲେ ଫଟୋଗ୍ରାଫିର ମାଧୁର୍ଯ୍ୟ ବଢିବ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଆବାହକ ଶିଶିର କୁମାର ମହାନ୍ତିଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ଏଥିରେ ସରୋଜ ଦାସ, ପାଇଲଟ୍, ପାପା, ନିଶିକାନ୍ତ ପ୍ରମୁଖ ସହଯୋଗ କରିଥିଲେ । ରାଉରକେଲାର ୫୦ରୁ ଅଧିକ ଫଟୋଗ୍ରାଫର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.