jayashree

ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଚୁମନ ବରିହା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ଖର୍ସେଲ, ଅଙ୍ଗନବାଡ଼ି କର୍ମୀ ବିମଲେ ରାଉତ, ଛବି ବାଗ, କେତକୀ ମାଝୀ, ସୁମତି ମାଝୀ, ଧୁବନା ମାଝୀ, ହିମାଦ୍ରୀ ସୁନା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.