
ବଲାଙ୍ଗିର, (କେପିଏନ୍ଏସ୍) : ଦେଶର ୮୦ତମ ସ୍ଵାଧୀନତା ଦିବସ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ, ବଲାଙ୍ଗିର ଶାଖା ତରଫରୁ ଉତ୍ସାହର ସହ ପାଳନ କରାଯାଇଛି । ଜିଲ୍ଲା ଯାଦବ ଭବନ ନିକଟସ୍ଥ ଫୁଲେ ପ୍ରତିମୂର୍ତ୍ତୀ ସମ୍ମୁଖରେ ଆୟୋଜିତ ସଭାରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସବିତା ନନ୍ଦ ଅଧ୍ୟକ୍ଷତା କରିଥିଲେ । ସମାଜସେବୀ ସତ୍ୟାନନ୍ଦ ସୁନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ସତ୍ୟନାରାୟଣ ଭୋଇ, ସିତାରାମ କୁମ୍ଭାର, ସରୋଜ କୁମାର ମେଶ୍ୱା, ଜ୍ୟୋତିଷ ମୁଗ୍ରି, ଶ୍ରୀମତୀ ମିନା ଚମ୍ପୁ ପ୍ରମୁଖଙ୍କ ସହ କିଶୋରୀ ସାଗର, ସୀମା ଗଡତିଆ, ଦୀପା ମୁଗ୍ରୀ, ମିନା ସୁନା, ପ୍ରମିଳା ବଗର୍ତି, ପଙ୍କଜିନୀ ରୋହିଦାସ, ପ୍ରେମସିଲା ସାହୁ, ରଶ୍ମି ପାତ୍ର ପ୍ରମୁଖ ଯୋଗଦେଇ ନାରୀ ସଶକ୍ତୀକରଣ ଓ ସାମାଜିକ ସମାନତା ଉପରେ ବକ୍ତବ୍ୟ ରଖିଥିଲେ । ଶତାଧିକ ମହିଳା ସଦସ୍ୟା ଯୋଗଦେଇ ଦେଶଭକ୍ତି ନାରା ଦେଇଥିଲେ ।