
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଆଞ୍ଚଳିକ କେନ୍ଦ୍ରର ଷୋହଳଗୋଟି ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ମହାଡମ୍ବରରେ ପାଳିତ ହୋଇଥିଲା । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତ୍ତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ସାହୁ, ଶିକ୍ଷକ କିଶୋର ବରିହା, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ନବ ମାଝୀ ଉପସ୍ଥିତ ଥିଲେ । ତାପରେ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର ପତ୍ତାକା ଉତ୍ତୋଳନ କରିଥିଲେ । ଉକ୍ତ ଉତ୍ସବରେ ସିଆରସିସି ବିରଞ୍ଚି ନାରାୟଣ ଦାଶ, ସ୍ଥାନୀୟ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି, ସଭାପତି ଚମାର ବଏ, କଣ୍ଠ ବଏ, ସହଦେବ ମାଝୀ, ସମାଜସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ । ପତ୍ତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତାପରେ ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରିଥିଲେ । ପରିକ୍ରମା ପରେ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ, ପୁଷ୍ପାଞ୍ଜଳି ମହାପାତ୍ର, ବୈଜୟନ୍ତୀ ପାଢୀ, ଶ୍ୱେତା ବାଗ, ମାନସୀ ସାହୁ, ସୁଜାତା ଶବର, ସୁମିତ୍ରା ମାଝୀ, ମିନତୀ ମାଝୀ, ଶିକ୍ଷକ ରାଜେନ୍ଦ୍ର ସେଠ, ସୁଶାନ୍ତ ରାଉତ, ସୁରେଶ ବେହେରା, ସରୋଜ ବରିହା, ପ୍ରବୀଣ ନାୟକ ଆଦି ସହଯୋଗ କରିଥିଲେ ।