jayashree

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍‌ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବାମଦେବ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ବିଦ୍ୟାଳୟର ଅଧ୍ୟକ୍ଷ ସତିଶ୍ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ବେଦବାକ୍, ସଭ୍ୟ ବାଦଲ୍ ମହାକୁର୍, ଶିରିଶ ଚନ୍ଦ୍ର ହୋତା ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ସଭା ସଂଯୋଜନା କରିଥିବାବେଳେ ଛାତ୍ରଛାତ୍ରୀଗଣ ଦେଶାତ୍ମବୋଧ ଗୀତ ଗାନ କରିଥିଲେ ଓ ପିରାମିଡ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଦୀପକ ବରାଲ ଓ ଉପାଧ୍ୟକ୍ଷା ଶ୍ରୀମତୀ ମମିତା ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ ସମସ୍ତ କର୍ମଚାରୀଙ୍କ ସହିତ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.