jayashree

ସୁବର୍ଣ୍ଣପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ମହାସମାରୋହରେ ପାଳିତ

  • ନିରୋଗ ଓ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ଓ ଯୋଗ ମହୋତ୍ସବ ସମିତି, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ୍ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆତ୍ମା ପରେ ଜୀବନର ପ୍ରକୃତ ବନ୍ଧୁ ହେଉଛି ଆମ ଶରୀର । ବର୍ତ୍ତମାନ ସମୟରେ ଖାଦ୍ୟପେୟ ଉପରେ ମଧ୍ୟ ଆମେ ନିୟନ୍ତ୍ରଣ ରଖିବା ଅତି ଜରୁରୀ ଏବଂ ନିୟମିତ ଯୋଗ ଦ୍ୱାରା ଆମେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରିପାରିବା ବୋଲି କହିଥିଲେ । ଅତିଥି ତଥା ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଜୀବନକୁ ସୁସ୍ଥ ଓ ସୁନ୍ଦର ରଖିବାର ଏକ ମାତ୍ର ପ୍ରକ୍ରିୟା ହିଁ “ଯୋଗ” ବୋଲି ମତ ରଖିଥିଲେ ଏବଂ କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଶରୀର, ମନ ଓ ଆତ୍ମାର ମିଳନ । ଶେଷରେ “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ” ଉପରେ ଅତିଥିମାନେ ଉପସ୍ଥିତ ଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଯୋଗ ସମିତି ସହ ସହରର ବିଭିନ୍ନ ଯୋଗ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଯୋଗଗୁରୁ ମନୋଜ ପଣ୍ଡା, ଯୋଗ ସମିତିର ସଞ୍ଜୟ ମହାପାତ୍ର ଏବଂ ଯୁଧିଷ୍ଠିର ଖମାରି କାର୍ଯ୍ୟକ୍ରମର ଆୟୋଜନ କରିବାରେ ସାହାଯ୍ୟ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.