csstore

ଦୟାନନ୍ଦ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୟାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ (ଉଦୟନ) ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ସଭାପତି ରାଜେନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ କେବଳ ଡ଼ିଗ୍ରୀ ହାସଲ କଲେ ଉଚ୍ଚ ଶିକ୍ଷିତ ହେଲେ ଉଚ୍ଚ ପଦବୀରେ ଉପସ୍ଥାପିତ ହୋଇଗଲେ ପାଠର ମୂଲ୍ୟ କିଛି ନ ଥାଏ, ଯେଉଁ ପର୍ଯ୍ୟନ୍ତ ସେ ପାଠ ସହିତ ଡିଗ୍ରୀ ସହିତ ପଦବୀ ସହିତ ଗୋଟେ ସେବା ପ୍ରବଣତା ଆମ ଭିତରେ ରହି ନ ଥିବ ବୋଲି କହିଥିଲେ । ପୃଥିବୀରେ ଏମିତି କିଛି ନିୟମ ନାହିଁ ଯାହାକୁ ଆମେ ଉପକାର କରିବା ସେ ଆମକୁ ପ୍ରତି ଉପକାର କରିବ, କିନ୍ତୁ ଆମେ ଯାହା ପାଇଁ ଉପକାର ସମବେଦନା ଦେଇଛୁ ଈଶ୍ୱରଙ୍କ ପ୍ରତିଦାନ ନିଶ୍ଚିତ ବୋଲି ଜିଲ୍ଲାପାଳ ଡ଼. ସାହୁ କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା କେ. କୁମାରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ବୈଦିକ ବିଦ୍ୱାନ ଗଞ୍ଜାମ, ବକ୍ତା ଭାବେ ଅଧ୍ୟକ୍ଷ ଦୟାନନ୍ଦ ଗ୍ରୁପ୍ ଅଫ ଇନ୍ସଟିଚିୟୁଟ ସମ୍ବଲପୁର ଈଶ୍ୱର ପାଣିଗ୍ରାହୀ ଯୋଗ ଦେଇ ବର୍ତ୍ତମାନ ଆମ ହିନ୍ଦୁମାନେ ଧର୍ମ ଓ ସଂସ୍କୃତି ପ୍ରତି ଅଧିକ ସଚେତନ ହେବା ଅତି ଜରୁରୀ ହୋଇପଡ଼ିଛି ବୋଲି କହିଥିଲେ । ଶିକ୍ଷାବିଦ୍ ଡ଼ ପ୍ରତିମା ରଥ, ହୋମୀଓ ଚିକିତ୍ସକ ଜଗଦୀଶ ମେହେର, ସାମାଜିକ କର୍ମୀ ଜଗନ୍ନାଥ ଭୁଏଙ୍କୁ ଦୟାନନ୍ଦ ଏକ୍ସସେଲେନ୍ସ ଆୱାର୍ଡ଼ରେ ସମ୍ବର୍ଦ୍ଧିତ ଓ ରିସର୍ସ ପର୍ସନ ଭାବେ ଶ୍ରୀଧର ବାଗ, ଉମାକାନ୍ତ ନାଗ, ଡ. ଇତିଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲର ନିର୍ଦ୍ଦେଶକ ଶିବ ପ୍ରସାଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସୁଶ୍ରୀ ଅଙ୍କିତା ଶତପଥି ସଭା ପରିଚାଳନା କରିଥିବା ବେଳେ ଇଂରାଜୀ ଟିଚର୍ ଇତି ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରା ଯାଇଥିଲା । ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ଓ ବେଷ୍ଟ ଷ୍ଟୁଡେଣ୍ଟସଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଭାରତ ବିକାଶ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, ନନ୍ଦିନୀ ତ୍ରିପାଠୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.