csstore

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ବିଇଓ ନମିତା ରାଣୀ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତେନ୍ତୁଳି ଖୁଣ୍ଟି ପଞ୍ଚାୟତ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆର୍‌ସିସି ଓ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ଦେଇ ଡାହିମାଲ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ ସାହୁ, ଶିକ୍ଷକ ଅଶୋକ ଝାଙ୍କର, ଉମାକାନ୍ତ ଝାଙ୍କର, ସୁଧୀର ପ୍ରଧାନ ତଥା ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା, ସୁଧାଂଶୁ ପୁଟା, ପୂର୍ଣ୍ଣ ଚନ୍ଦ୍ର ଭୋଇ ଓ ଟଙ୍କଧର ସା ସାମିଲ ହୋଇଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ୧୫ ବର୍ଷରୁ ଅଧିକ ବ୍ୟକ୍ତି ଯିଏ ଆଦୌ ପାଠ ପଢିନଥିବେ କିମ୍ବା ପାଠ ଭୁଲି ଯାଇଥିବେ, ସର୍ଭେ କରି ସେମାନଙ୍କୁ ଚିହ୍ନଟ କଲାପରେ ଉଲ୍ଲାସ ପାଠ୍ୟକ୍ରମରେ ସାମିଲ କରି ସ୍ୱେଚ୍ଛାସେବୀ ଶିକ୍ଷକ ମାଧ୍ୟମରେ ପାଠ ପଢାଇ ସେମାନଙ୍କୁ ସାକ୍ଷର କରାଯିବ ବୋଲି ବିଇଓ ଭୋଇ ମାଡାମ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

jayashree
Leave A Reply

Your email address will not be published.