jsm

ନୃସିଂହନାଥରେ ବନମହୋତ୍ସବ ପାଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ପାନ୍ଥନିବାସ ଠାରେ ୭୫ତମ ବନମହୋତ୍ସବ ନୃସିଂହନାଥ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏକ ଜାମ୍ମୁ ଗଛ କୁ ବୃକ୍ଷ ଦେବତା ଭାବରେ ପୂଜାର୍ଚ୍ଚନା ସହ ମନ୍ତ୍ର ପାଠ କରି ନଡ଼ିଆ ଭାଙ୍ଗି ଗଛ ଲଗାଇବା ଶୁଭାରମ୍ଭ କରାଯାଇଥିଲା । ବନମହୋତ୍ସବ ସଭାରେ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ବଡ ଶତପଥି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ, ଧିରେନ ମହାନ୍ତି, ରମେଶ ବାରିକ ନୃସିଂହନାଥ ବନାଞ୍ଚଳ ବନପାଳ ଉଦ୍ଧବ ପଧାନ ଯୋଗଦେଇ ବନ ମହୋତ୍ସବ ମାଧ୍ୟମରେ ଗଛ ଲଗାଇ ପଡିଆ ଭୁଇଁକୁ ଜଙ୍ଗଳ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନେ ଜାମ୍ମୁ, ଆମ୍ବ, ପଣସ, ବେଳ, ଅଶୋକ କରଞ୍ଜ, ବଉଳ ପ୍ରଭୃତି ମୂଲ୍ୟବାନ ଗଛ ଲଗାଇଥିଲେ । ଏଥିରେ ଚିତ୍ର ଶିଳ୍ପୀ ଅର୍ଜୁନ ଗିଙ୍ଗିରା, ଝାରବନ୍ଧ ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଦୁର୍ଗା ପ୍ରସାଦ ଅଗ୍ରୱାଲ, ସାମାଜିକ କର୍ମୀ ଗୋବିନ୍ଦ ପଟେଲ, ସୌଦାଗର ବରିହା, ଶାନ୍ତନୁ ପଧାନ, ରୂପାନନ୍ଦ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ନୃସିଂହନାଥରେ ପ୍ରକୃତିବନ୍ଧୁ ମାନଙ୍କୁ ବିଭିନ୍ନ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ ।

yuvodaya
Leave A Reply

Your email address will not be published.