pakka

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୃଜନୀ ମହୋତ୍ସବ ପାଳନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ସୃଜନୀ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ବିଧୁଭୂଷଣ ଚାନ୍ଦ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ ବ୍ଲକ ମାଧ୍ୟମରେ ସେମାନଙ୍କ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ କୁଞ୍ଜରାଜ ବରିହା, ଜଳଧର ବିଶ୍ଵାଳ ଓ ଦଶରଥ ବରିହା ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୂର୍ଯ୍ୟକାନ୍ତ ବାରିକ, ରୂପଧର ନାୟକ, କୁଳମଣି ପ୍ରଧାନ, ନରୋତ୍ତମ ସେଠ, ରଘନାଥ ପୁରି ଓ ଭୀଷ୍ମଦେବ ବାରିକ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

two × one =