
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଗାନ୍ଧୀ ପାର୍କ ଠାରେ ବାରିପଦା ଟାଉନ କଂଗ୍ରେସ ଓ ମହିଳା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ବରିଷ୍ଠ ନେତା ଯୋଗଦେଇ ଶାନ୍ତି ଓ ମାନବିକତାର ପ୍ରତୀକ ବାପୁଙ୍କ ନୀତି ଆଦର୍ଶ ଉପରେ ସ୍ମୃତିଚାରଣ କରିଥିଲେ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ଦାସ, ନିରୋଜଲୋଚନ ଦାଶ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ବରିଷ୍ଠ ନେତା ଆଡ଼ଭୋକେଟ ବିଜନ ଦାସ, ଅଶୋକ ଅଧିକାରୀ, ରାଜ୍ୟ ବାଣିଜ୍ୟ ସେଲ ଅଧ୍ୟକ୍ଷ ଯୋଗେଶ ଅଗ୍ରୱାଲ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଶୁଭସ୍ମିତା ଦାସ, ରାଜ୍ୟ ଆଦିବାସୀ ସେଲ ସାଧାରଣ ସମ୍ପାଦକ ଚୈତନ ମାଝୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ରଶ୍ମିତା ମିଶ୍ର, ଜିଲ୍ଲା କୃଷକ ସେଲ ସଭାପତି ଦୀପକ ଦାଶ, ଏସସି ସେଲ ଅଧ୍ୟକ୍ଷା ସସ୍ମିତା ବେହେରା, ଜିଲ୍ଲା ଉପସଭାପତି ଦୀପକ ଦାସ, ଶିବାନନ୍ଦ ଦାସ, ଟାଉନ ସଭାପତି ସେକ ଇକବାଲ, ପୂର୍ବତନ ମହିଳା ସଭାପତି ସୁସ୍ମିତା ଘୋଷାଲ, ଓବିସି ନେତା ଆଡ଼ଭୋକେଟ ତାରାକାନ୍ତ ବେହେରା, ଇଂ ସୋମରେଶ ପ୍ରଧାନ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାଶ, ନାରୀ ନେତ୍ରୀ ଫରିଦା ତବସୁମ, ଭବାନୀ ସାହୁ, ଆଦିବାସୀ ନେତା ଛୋଟୁରାମ ବିନ୍ଧାଣି, ଗଙ୍ଗାଧର ଦାସ ପ୍ରଭୃତି ବହୁ ନେତା ଓ କର୍ମୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।