jayashree

ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ୨୦୨୬ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସମାଜରୁ ଅନ୍ଧ ବିଶ୍ୱାସର ମୂଳୋତ୍ପାଟନ କରିବା ଏବଂ ସମସ୍ତଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରସାର କରିବା ମୂଳ ଲକ୍ଷ୍ୟ ଆଧାରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ- ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମର ସଭାପତି ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଉପସ୍ଥିତ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ବିଜ୍ଞାନ ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ବିଭିନ୍ନ ଅଭିନବ କଳା ଓ କୌଶଳର ପ୍ରଦର୍ଶନ ଓ ପରୀକ୍ଷଣ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟ କୌଶଳୀ କ୍ଲବର ଶିକ୍ଷକ କୁନା ସେଠୀ, ୟୁଥ୍ ଏବଂ ୟୁକୋ କ୍ଲବର ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ଶିକ୍ଷକ ନିପେନ୍ଦ୍ର ବାଗ ଓ ଶିକ୍ଷକ ରାହୁଲ ମାଝୀ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଉକ୍ତ ସଚେତନତା ଧର୍ମୀ କର୍ମଶାଳାକୁ ଉତ୍ସାହ ଓ ବ୍ୟଗ୍ରତାର ସହ ଅବଲୋକନ କରିବା ସହ ବ୍ୟବହାରିକ ଶିକ୍ଷଣ ସୁଯୋଗର ଲାଭ ଉଠାଇଥିଲେ । ଏହି ଆୟୋଜିତ ସଭାକୁ ସପ୍ତମ ଶ୍ରେଣୀର ଦୁଇ ଜଣ ଛାତ୍ରୀ ସୋନାକ୍ଷୀ ଠାକୁର ଓ ନେନା ସାହା ସଂଯୋଜନା କରିଥିଲେ ।

Leave A Reply

Your email address will not be published.