
- ଗୁଣିଗାରେଡ଼ି ପାଇଁ ହତ୍ୟା ସନ୍ଦେହ
- ମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେ
- ଅଭିଯୁକ୍ତର ଘରୁ ବାହାରିଲା କଟାମୁଣ୍ଡ
- ବଳି ଦେଇଥିବା ବଢ଼ିଲା ଚର୍ଚ୍ଚା
ଦେଓଗାଁ, (ମନୀଷ କୁମାର ସାହୁ) : ମୁଣ୍ଡ ନାହିଁ ଗଣ୍ଡି ଅଛି, ପାଣିରେ ଭାସୁଥିଲା ମୁଣ୍ଡ ବିହୀନ ମୃତଦେହ । ହତ୍ୟା କରି ଗଣ୍ଡି ଫିଙ୍ଗି ଦେଇଥିବା ବେଳେ ଘର ଭିତରେ ଲୁଚାଇଥିଲା କଟାମୁଣ୍ଡ । ଏଭଳି ଏକ ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ପରେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ଘର ଭିତରୁ କଟା ମୁଣ୍ତକୁ ଉଦ୍ଧାର କରିଥିଲା । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟରେ ଥିବା ପାଣି ଟାଙ୍କି ତଳେ ଏକ ମୁଣ୍ଡ ବିହୀନ ମୃତଦେହ ଭାସୁଥିବାର ଦେଖି କିଛି ଛେଳି ଚରାଳି ପୁଲିସକୁ ଖବର ଦେଇଥିଲେ । ତେବେ ଦେଓଗାଁ ପୁଲିସ ଏନେଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ପୁଲିସ ପାରିପାର୍ଶ୍ୱକ ସ୍ଥିତିକୁ ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ଅଭିଯୁକ୍ତକୁ ଧରିବାର ଯୋଜନା କରିଥିଲା । ତେବେ ଏହି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ହତ୍ୟାକାଣ୍ଡରେ ସାମିଲ ଥିବା ବଗଡ଼ା ଗାଁର ଶତୃଘ୍ନ ସାହୁ ଓ ଗଣେଶର ସାହୁଙ୍କୁ ଉଠାଇ ନେଇଥିଲା । ତେବେ ପୁଲିସ ଏସ୍ଡିପିଓ ଜେରା କରିବା ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଅଭିଯୁକ୍ତ । ଯାହାଫଳରେ ଘର ଭିତରେ ଥିବା ମୁଣ୍ଡକୁ କାଢ଼ି ଦେଖାଇଥିଲେ । ତେବେ ଅଭିଯୁକ୍ତ ଶତୃଘ୍ନ ସାହୁ ଗୁଣି ଗାରେଡ଼ି କରିଥିବାରୁ ଏହି ଯୁବକଙ୍କୁ ବଳି ଦେଇଥିବା ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ସାହୁ ଅଭିଯୋଗ ଆଣିଛନ୍ତି । ତେବେ ଯୁବକଙ୍କୁ ନିଶା ସେବନ କରାଇବା ପରେ ତାକୁ ନେଇ ହତ୍ୟା କରିଥିବା ଆଲୋଚନା ହେଉଛି । ଏନେଇ ଘଟଣା ସ୍ଥଳରେ ଦେଓଗାଁ ଥାନା ଅଧିକାରୀ ସବିତା ଥେମେରା ନିଜ ଟିମ ସହ ଯାଇଥିବା ବେଳେ ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲା । ତେବେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ତୁଷୁରା ଥାନା ଟେବଡାମୁଣ୍ଡା ଗାଁ ସନ୍ତୋଷ ଖର୍ସେଲ ବୋଲି ଜଣାପଡ଼ିଛି । ସନ୍ତୋଷ ଗତ ୧୮ ତାରିଖରେ ଘରୁ କୁଆଡେ ଚାଲିଯାଇଥିଲେ ଯାହା ଫଳରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ ପରେ ତାଙ୍କର ମୃତଦେହ ମିଳିଥିଲା । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟରେ ଥିବା ଏକ ପାଣିଟାଙ୍କି ନିକଟରେ ଥିବା ବିଲରେ ଏକ ମୁଣ୍ଡ ବିହୀନ ମୃତଶରୀର ପଡ଼ିରହିଛି । ଏନେଇ ଘଟଣା ସ୍ଥଳକୁ ଦେଓଗାଁ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ତେବେ କେହି ଗୁଣି ଗାରେଡ଼ି କରି ହତ୍ୟା କରି ଫିଙ୍ଗିଦେଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି । ଏଣୁ ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ କଲେ ଘଟଣାର ରହସ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି । ଏନେଇ ବଲାଙ୍ଗିର ସଦର ଏସ୍ଡିପିଓଙ୍କୁ ପଚାରିବାରୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ।