om academy

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୨ ପାଳନ

jsm
  • ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମାନସିକତା ଅପରିହାର୍ଯ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖାଦ୍ୟର ଉପଯୁକ୍ତ ପ୍ରକ୍ରିୟାକରଣ ଓ ମାନବ ଜୀବନରେ ଖାଦ୍ୟର ସୁଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଯାହା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ବିଶେଷ ଅପରିହାର୍ଯ୍ୟ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ଡ଼. ପଦ୍ମହଂସା ଦୋରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଯୋଗଦାନ କରି ଆମ ଜୀବନଚର୍ଯାରେ ପୋଷଣ ଖାଦ୍ୟର ଆବଶ୍ୟକତା ଓ ସମାଜ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସିଡିପିଓ ସୋନପୁର ନିବେଦିତା ସରାଫ, ସିଡିପିଓ ଡୁଙ୍ଗୁରିପାଲି ଦମୟନ୍ତୀ ଗଡ଼ତିଆ, ସିଡିପିଓ ଉଲୁଣ୍ଡା ଜୟନ୍ତୀ ସ୍ୱାଇଁ , ସିଡିପିଓ ବିନିକା ଲକ୍ଷ୍ମୀପ୍ରିୟା ମିଶ୍ର, ସିଡିପିଓ ବୀରମହାରାଜପୁର ସୁଦର୍ଶନୀ ରଥ, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ନିରୋଧକ ରାକେଶ ପଧାନ ସହ ସମସ୍ତ ଆଇସିଡିଏସ ସୁପରଭାଇଜର, କିଶୋରୀ ବାଳିକା, ଏଏନଏମ, ଆଶା, ଅଙ୍ଗନୱାଡି କର୍ମକର୍ତ୍ତା, ଏନଆରସି କାଉନସିଲର ଦୀପ୍ତିମୟୀ ପଧାନ ଓ ସ୍ଵାଗତିକା, କେଭିକେ ବୈଜ୍ଞାନିକ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ବ୍ଲକ ଆଇସିଡ଼ିଏସ ତରଫରୁ ସୁସ୍ଥ ଶିଶୁ ଓ ଏକ ସୁସ୍ଥ ମା’ ସହ ସୁସ୍ଥ ଶରୀର ଓ ମାନସିକ ବିକାଶ ପାଇଁ ଉପଯୋଗୀ ବିଭିନ୍ନ ପୋଷାକ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ପ୍ରତି ବ୍ଲକ ସ୍ତରରୁ ଜଣେ ଲେଖାଏଁ ବେଷ୍ଟ ଅଙ୍ଗନୱାଡି କର୍ମୀ, ବେଷ୍ଟ ବେବି ଓ ଅଦ୍ଵିକା ଚାମ୍ପିୟନ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାର ବେଷ୍ଟ ଆଇସିଡିଏସ ସୁପରଭାଇଜର ଭାବେ ତରଭା ଆଇସଡିଏସ ସ୍ଵାଗତିକା ରଥଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ପୁନଶ୍ଚ କାର୍ଯ୍ୟକ୍ରମରେ ସ୍ପଟ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ପୋଷକ ସମ୍ୱନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଇସିଡିଏସ ଷ୍ଟାଫ ଓ ସ୍ଵଧାର ଗୃହର ଅନ୍ତେବାସୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.