jsm

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବରୋବାହାଲ ସ୍ଥିତ ନିମ୍ନ ଇନ୍ଦ୍ର ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପାଣି ପଞ୍ଚାୟତ ସଭାପତି ମଂଜେସ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ, ସମ୍ମାନୀୟ ଅତିଥି ଭାବେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟକିଶୋର ଜୟପୁରିଆ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ପ୍ରୋଜେକ୍ଟ କମିଟି ସଦସ୍ୟ ଶରତ ଚନ୍ଦ୍ର ସିଂ ଭୋଇ, ବିଧାୟକଙ୍କ ପ୍ରତିନିଧି ସ୍ମରଣ ମହାନ୍ତି, ପ୍ରୋଜେକ୍ଟ କମିଟି କୋଷାଧ୍ୟକ୍ଷ ମାନ ବିନ୍ଦ୍ର ସିଂ ବାରିକ, ପ୍ରୋଜେକ୍ଟ କମିଟି ସଦସ୍ୟ ମୋହନ ମାଝୀ ପ୍ରମୁଖ ଅତିଥି ଉପସ୍ଥିତ ରହି ପାଣିର ସୁରକ୍ଷା, ସଂରକ୍ଷଣ, ସୁପରିଚାଳନା, ପାଣିର ସୁଷମ ବଣ୍ଟନ, ଏବଂ ଚାଷୀଙ୍କ ମଧ୍ୟରେ ସୁସମନ୍ଵୟ ରଖିବା ଦିଗରେ ଆଲୋଚନା ହୋଇଥିଲା । ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତୀତ୍ୱ ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶତାଧିକ ଚାଷୀମାନେ ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଏଥିରେ ବିଭିନ୍ନ ସ୍ଥାନରେ ଥିବା ପାଣି ପଞ୍ଚାୟତ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ସଦସ୍ୟ ସଦସ୍ୟା, ସ୍କୁଲ ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.