csstore

ପୁଷ୍ପଲତା ଗ୍ୟାସ୍ ଏଜେନ୍ସିର ୩୦ବର୍ଷ ପୂର୍ତ୍ତି ପାଳନ

  • ଚକ୍ଷୁ ଚିକିତ୍ସା ଶିବିରକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପୁରୁଣା ମେଡିକାଲ୍ ପାର୍ଶ୍ଵରେ ଥିବା ପୁଷ୍ପଲତା (ଏଚ୍‌ପି) ଗ୍ୟାସ ଏଜେନ୍ସିର ଆଜି ୩୦ ବର୍ଷ ପୂର୍ତ୍ତି ପାଳନ ମହାସମାରୋହରେ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏଜେନ୍ସିର ୩୦ ବର୍ଷ ପୂର୍ତ୍ତି ଅବସରରେ କେକ୍ କାଟି ଅନୁଷ୍ଠାନର ସମୃଦ୍ଧି ପାଇଁ ଶୁଭ କାମନା କରିଥିଲେ । ଦୀର୍ଘ ୩୦ ବର୍ଷ ଧରି ସୋନପୁର, ମନମୁଣ୍ଡା, କଣ୍ଟାମାଳ ଅଞ୍ଚଳରେ ପ୍ରାୟ ୧୬ ହଜାରରୁ ଉର୍ଦ୍ଧ୍ବ ଏଚ୍‌ପି ଗ୍ୟାସ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରି ଆସୁଥିବା ବିଷୟ ଅବଗତ ହେବା ପରେ ଜିଲ୍ଲାପାଳ ଡ଼. ସାହୁ ଏଜେନ୍ସିର ପ୍ରୋପାଇଟର ବାସନ୍ତୀ ନାଏକଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯୋଗାଣ ଅଧିକାରୀ ବିଧୁ ଭୂଷଣ ଦାଶ, ପ୍ରତିଷ୍ଠାତା ପୁଷ୍ପଲତା ନାଏକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ବରିଷ୍ଠ ନାଗରିକ ଦୁଃଖୀରାମ ନାଏକ, ପୁରୁଷୋତ୍ତମ ପାଣିଗ୍ରାହୀ ଯୋଗ ଦେଇଥିଲେ । ପରେ ପରେ ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟନ କରାଯାଇଥିବା ବେଳେ ଏଥିରେ ୬୦ରୁ ଉର୍ଦ୍ଧ୍ବ ଜଣ ଶିଶୁ, ପୁରୁଷ ଓ ମହିଳାଙ୍କ ଚକ୍ଷୁ, ବ୍ଲଡ ପ୍ରେସର୍, ବ୍ଲଡ ସୁଗରର ପରୀକ୍ଷା କରାଯାଇଥିଲା । ପାଞ୍ଚ ଜଣ ମୋତିଆ ବିନ୍ଦୁ ରୋଗୀଙ୍କୁ ଅପରେସନ ପାଇଁ ପରାମର୍ଶ କରାଯାଇ ଅନେକ ଲୋକଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏଜେନ୍ସିର ନିର୍ଦ୍ଦେଶକ ଚରଣ ନାଏକ ଓ ଚନ୍ଦ୍ର ଶେଖର ନାଏକଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଠାରେ ୩୦ ବର୍ଷ ଧରି ସଚ୍ଚୋଟ ଓ ସୂଚାରୁ ରୂପେ ଦାୟିତ୍ଵରେ ଥିବା ମ୍ୟାନେଜର ରମାକାନ୍ତ ନାଏକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭୋଇ ଓ ପୁଷ୍ପଲତା ନାଏକଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହାନଦୀ ନେତ୍ର ଚିକିତ୍ସାଳୟର ଡାକ୍ତରୀ ଦଳ ଓ ଟେକ୍ନିସିଆନ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ସହଯୋଗ କରିଥିବା ବେଳେ ସମାଜସେବୀ ମନୋଜ ପଣ୍ଡା ଓ ମନୋରଞ୍ଜନ ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.