pakka

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଜୟ ଦିବସ ପାଳିତ

bbehera

ଭବାନୀପାଟଣା, (ପି.କେ ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ତିଳଯୋଡି ହାଇସ୍କୁଲ ଖେଳ ପଡିଆ ଠାରେ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରାଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ଅତିଥି କୁତରୁଖମାର ସରପଞ୍ଚ ପ୍ରତିନିଧି କରୁଣା ଚଣ୍ଡୀ, ସମିତିସଭ୍ୟ ଜଗମୋହନ ମାଝୀ ପ୍ରମୁଖ ଉପସ୍ଥିତ ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରି ୧୯୭୧ ମସିହାରେ ପାକିସ୍ତାନକୁ ପରାଜିତ କରି ବିଜୟୀ ଲାଭ କରିଥିବା ଓ ସେହି ସମୟରେ ପାକିସ୍ତାନର ୯୩ ହଜାର ସୈନିକ ଭାରତର ଯବାନମାନଙ୍କ ପାଖରେ ଆତ୍ମସମର୍ପଣ କରିଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ବିଜୟକୁ ମନେ ରଖିବାପାଇଁ ଆମେ ପ୍ରତିବର୍ଷ ବିଜୟ ଦିବସ ପାଳନ କରିଥାଉ ବୋଲି ମଧ୍ୟ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗାଁର ଅନେକ ଯୁବଗୋଷ୍ଠୀ ସାମିଲ ହୋଇ କ୍ୟାଣ୍ଡେଲ ମାର୍ଚ୍ଚ ସହ ଶପଥ ପାଠ ମଧ୍ୟ କରିଥିଲେ । ଆମ ଅଞ୍ଚଳରୁ ଅଧିକରୁ ଅଧିକ ଯୁବକ ସୈନ୍ୟ ବାହିନୀରେ ଯୋଗ ଦେବେ ବୋଲି ଶପଥ ପାଠ କରିଥିଲେ । ଏହି ଦିବସକୁ ବିପୁଳ ମାତ୍ରାରେ ପ୍ରଚାର ପ୍ରସାର କରିବା ଆମର କର୍ତ୍ତବ୍ୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା । ଧ୍ରୁବ ନାଏକ, ମୋହନ ଗହୀର, ଭଗବାନ ଗଉଡ଼ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

15 − 4 =

error: Content is protected !!