csstore

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ “ମେରା ଯୁବା ଭାରତ” ଆନୁକୁଲ୍ୟରେ ଭବାନୀ ଶଙ୍କର କଳା ପରିଷଦ, କୁଟେନପାଲି, ବଲାଙ୍ଗିରର ସମସ୍‌ତ କଳାକାର ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ ଅବସରରେ ମାଁ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୌନ୍ତିଆବୁଢା ବିଦ୍ୟାପିଠଠାରେ ଅନୁଷ୍ଠିତ ହୋଇଥିଲା । ଡ. ଶ୍ୟାମ ପ୍ରସାଦ ମୁଖାର୍ଜିଙ୍କ ଜନ୍ମ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଗୋକୁଳ କୁଅଁର, ଅନୁଷ୍ଠାନର ସଂପାଦକ ନବୀନ କିଶୋର ବେହେରା, ସାଧନ କର୍ମୀ ଦିଲିପ କୁମାର ଦୀପ, ଲକ୍ଷ୍ମଣ ପାତ୍ର, ସରୋଜ ଥାଟି ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ । ଯଦୁମଣି ବାରିକ, ପାଲାକାର ଅମାତ, ବାବଲୁ ଦୋରା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.