csstore

ସଇଁତଲାରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ସିଡିପିଓ ଗୋଲାପୀ ନାଏକଙ୍କ ତତ୍ତ୍ୱାବଧାନ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଜିତ ମିଶ୍ର ଓ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି ରକ୍ତହୀନତା ବିଷୟରେ ସଚେତନତା ହେବା, ସୁସ୍ଥ ଜୀବନ ପାଇଁ ସୁଷମା ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ଉପରେ ଅତିଥିମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର୍‌ ନଳିନୀ ପ୍ରଭାତ ପଣ୍ଡା, ସୀମନ୍ତିନି ମଲ୍ଲିକ, କ୍ଷିରେନ୍ଦ୍ର ଭୋଇ, ଜ୍ଞାନନ୍ଦା ମହାନନ୍ଦ, ପକନୀ ଧରୁଆ, ବ୍ଲକ ସଂଯୋଜକ ମଣ୍ଟୁ ଭୋଇ, ବରିଷ୍ଠ ରାଜସ୍ୱ ସହାୟକ ମତିଲାଲ କଲତା, କନିଷ୍ଠ ସହାୟକ ସୋମ୍ୟରାଣୀ ସାହୁ, କନିଷ୍ଠ ରାଜସ୍ୱ ସହାୟକ ହରବନ୍ଧୁ ବେହେରା, ମମତା ପିଏ ସୁନିତା ଭରାସାଗର ଓ ମିଶନ ଶକ୍ତିର ରଂଜିତ ନାଏକ ଓ ସମସ୍ତ ଅଙ୍ଗେନକର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.