csstore

ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କବି ଡଃ. ପ୍ରହଲ୍ଲାଦ ଶତପଥି ମୁଖ୍ୟ ଅତିଥି, ମଣ୍ଟେଶ୍ୱରୀ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ସମ୍ମାନିତ ଅତିଥି, କବି ଶୁଭ୍ରାଂଶୁ ଶେଖର ପଣ୍ଡା ମୁଖ୍ୟବକ୍ତା ରୂପେ ମଂଚାସୀନ ଥିଲେ । ମାଁ ସରସ୍ୱତୀଙ୍କ ଫଟୋରେ ପୂଜାର୍ଚ୍ଚନା ପରେ ଉପସଭାପତି ରବିଚନ୍ଦ୍ର ପଶାୟତ ଅତିଥି ପରିଚୟ, ସମ୍ପାଦକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଚାଷୀଙ୍କ ଗଣପର୍ବ ନୁଆଁଖାଇର ପରମ୍ପରା ଉପରେ ଏବଂ ମୁଖ୍ୟବକ୍ତା ପରିବାର ମଧ୍ୟରେ ମିଳିମିଶି ରହି ନୁଆଁଖାଇ ପାଳନ କରିବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱ ହୃଦୟ ଦିବସ ଥିବାରୁ ସଭାପତି ସମସ୍ତଙ୍କ ଏକକ ମନ, ଏକ ପ୍ରାଣ ଦେଇ ଏକ ସୁନ୍ଦର ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀ ଉଦ୍‌ଗାତା ଏବଂ ହିମାନୀ ତ୍ରିପାଠୀ ସମସ୍ତଙ୍କୁ ନୁଆଁଖାଇର ଶୁଭେଚ୍ଛା ଦେଇଥିଲେ । ପୂର୍ବରୁ ହୋଇଥିବା ଡ୍ରଇଂୠ, ସଂଗୀତ, ନାଚ, କୌତୁକ ପୋଷାକ, ଗୃହିଣୀମାନଙ୍କ ମଧ୍ୟରେ ରଂଗୋଲି, ଘର ତିଆରି ପିଠାପଣା ପ୍ରତିଯୋଗିତା ହୋଇଥିଲା । ଏଥିରେ ସମାପିକା ବାରିକ (ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ), ହର୍ଷିତା ସିଂ (ଶିଶୁମନ୍ଦିର), ଲୋପାମୁଦ୍ରା ସାହୁ (ଶିଶୁ ମନ୍ଦିର), ନୈତିକ ନୟନ ଦାଶ (ରୋଶନୀ ପବ୍ଲିକ ସ୍କୁଲ), ଅଦ୍ୟେତ ମହାପାତ୍ର, ସ୍ୱାଧିନତା ତ୍ରିପାଠୀ (ବଚପନ ସ୍କୁଲ), ସଂଯୁକ୍ତା ପଣ୍ଡା, ମଧୁମିତା ଶତପଥି, ମଧୁସ୍ମିତା କର୍ଣ୍ଣ, ନମ୍ରତା ପାଣିଗ୍ରାହୀ, ସଂଗୀତା ବାରିକ ପ୍ରମୁଖଙ୍କୁ ମାନପତ୍ର, ପଦକ ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଆନନ୍ଦ ବଡପଣ୍ଡା, ଦିବାକର ହୋତା ସଂଯୋଜନା କରିଥିଲେ । ଧର୍ମବ୍ରତ ରଥ, ଅନନ୍ତ କିଶୋର, ସହ ସଂପାଦକ ରାଜେଶ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.