jsm

ଉତ୍କଳ ଆଲୁମିନା ପକ୍ଷରୁ ଭଳିବଲ ଟୁର୍ଣ୍ଣାମେଣ୍ଟ

csstore

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବ୍ଲକ କୋଡିପାରିଠାରେ ଉତ୍କଳ ଆଲୁମିନା ପ୍ରକୋଳ୍ପ, ଡୋରାଗୁଡା ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଚଳିତ ମାସ ୩୦ ତାରିଖ ଠାରୁ ୪ ଜୁନ ପର୍ଯ୍ୟନ୍ତ ଚଳିବ । ଏହି ମ୍ୟାଚରେ ବିଭିନ୍ନ ପଂଚାୟତରୁ ୧୬ ଗୋଟି ଦଳ ଭାଗ ନେଇଛନ୍ତି । ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ଦିଗନ୍ତ ମହାନ୍ତି ସିଏସ୍‌ଆର୍‌, ମୁଖ୍ୟ ଅତିଥି ଭାବେ ଗଜେନ୍ଦ୍ର ନାଏକ, ସିଏସ୍‌ଆର୍‌, ସୁସ୍ମିତା ନାଏକ, ସିଏସ୍‌ଆର୍‌, ଆଶିଷ ସାହୁ, ଇଂ ହେମ ସାଉଁନ୍ତା, ସିଏସ୍‌ଆର୍‌, ଦମ୍ବୁରୁ ମାଝୀ, ସରପଞ୍ଚ, ସମନାଥ ଝୋଡ଼ିଆ, ସରପଞ୍ଚ, ସଦନ ମାଝୀ, ମାନବିକ ଅଧିକାର, ରକ୍ଷକ, ଜିଲ୍ଲା ସହ ସମ୍ପାଦକ, ଓ ଧନପତି ବରିଷ୍ଟ ଆରଟିଡି ଶିକ୍ଷକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ଅଂଶ ଗ୍ରହଣ କାରିଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ ମଣ୍ଡଳୀର ଟିମ ସତ୍ୟନାରାୟଣ ଝୋଡ଼ିଆ, ମୁନା ଝୋଡ଼ିଆ ଓ ଟିମ ସଦସ୍ୟ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

yuvodaya
Leave A Reply

Your email address will not be published.