ଅସହାୟତାର ସୀମା ଡେଇଁଲା : ପହଞ୍ଚିନି ପ୍ରଶାସନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବୃଦ୍ଧାବସ୍ଥାରେ କାମ କରିବା ବହୁତ କଷ୍ଟକର । ଏହି ବୃଦ୍ଧାବସ୍ଥାରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମ କରି ପେଟ ପୋଷୁଛନ୍ତି । ସାହାଯ୍ୟ କରିବା ପାଇଁ କେହି ନାହାନ୍ତି । ପରିବାର କହିଲେ ମାତ୍ର ଏହି ଦୁଇ ଜଣ । ଏହି ଘଟଣା ହେଉଛି ପାଟଣଗଡ଼ ବ୍ଲକ ଅର୍ନ୍ତଗତ ଫଟାମୁଣ୍ଡା ପଚାଂୟତ ପଣ୍ଡେସରା ଗାଁର । ସୁରେଖା ନାଗ ହେଉଛନ୍ତି ଜଣେ ଶାରିରୀକ ବିକଳାଙ୍ଗ । ତଥାପି ମୁଠେ ଖାଇବା ପାଇଁ କାମ କରିବାକୁ ଯିବା ନିହାତି ଆବଶ୍ୟକ । ତାଙ୍କ ସ୍ୱାମୀ ମଧ୍ୟ ଗାଁରେ ଥିବା ପରିବାର ମାନଙ୍କର ଛେଳି ଚରାଇ ଯାଆନ୍ତି । ବର୍ତ୍ତମାନ ଦୁହେଁ ଅସହାୟ । ସୁରେଖାଙ୍କର ଗୋଡ ଅଜଣା ରୋଗରେ କଟି ଯାଇଛି । ସେ ଚାଲି ପାରୁନଥିବା ବେଳେ ମୁଠେ ଖାଇବା ପାଇଁ ମଧ୍ୟ ପାଉନାହାନ୍ତି । ଚିକିତ୍ସାର ଆବଶ୍ୟକତା ମଧ୍ୟ ରହିଛି । ହେଲେ ରହିବା ପାଇଁ କୁଡିଆ ଘରଟେ ଥିଲେ ହେଁ ଗତ ବର୍ଷ ଲଘୁଚାପରେ ଭୁଷୁଡି ଯାଇ ଭାଙ୍ଗି ଯାଇଥିଲା । ସରକାର ଏତେ ଯୋଜନା କରୁଛନ୍ତି, କିନ୍ତ୍‌ୁ ଏମାନଙ୍କ ପାଖକୁ ପହଂଚି ପାରୁନି ପ୍ରଶାସନ । ଘର ଭାଙ୍ଗି ଯିବାରୁ ଅଧିକାରୀଙ୍କୁ ବି ଜଣାଇ ଥିଲେ, ସେଥିରେ ବି କିଛି ସୁଫଳ ମିଳିଲା ନାହିଁ । ଜିଲ୍ଳା ପ୍ରଶାସନ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ଏବଂ ଚିକିତ୍ସା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.