ସୁମନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ : ପାଖରେ ପହଚିଂଲା ବିଙ୍ଗ୍‌ ହ୍ୟୁାମାନ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ଦେଓଗାଁ ବ୍ଲକ୍‌ ଅର୍ନ୍ତଗତ ଦେଷେଣ୍ଡ ଗ୍ରାମ ପଚାଂୟତର ଭାଲୁକୁନ୍ଦ ଗାଁର ନିବାସୀ ହେଉଛନ୍ତି ସୁମନ୍ତ ସାହୁ(୩୪) । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିରର ଭୀମଭୋଇ ମେଡିକାଲ ହସପିଟଲାରେ ଚିକିତ୍ସା ହେବା ପରେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ପଠାଇ ଦିଆ ଯାଇଥିଲା । ସେଠାରୁ ପୁଣି ଡାକ୍ତର କଟକର ଏସ୍‌ସିବି ମେଡିକାଲକୁ ପଠାଇ ଦେଇଥିଲେ । କଟକ ହସ୍‌ପିଟାଲରେ ତାଙ୍କର ହାତ କାଟିବାକୁ କହିଥିଲେ । ବର୍ତ୍ତମାନ କିନ୍ତୁ ସୁମନ୍ତ ପୁଣି ଚିକିତ୍ସା ହେବା ପାଇଁ ଅର୍ଥ ନଥିଲା । ତାଙ୍କ ପାଖରେ ବିଙ୍ଗ୍‌ ହ୍ୟୁାମାନ ପହଚିଂ ତାଙ୍କୁ ଆସନ୍ତା କାଲି ପୁଣି ଚିକିତ୍ସା ପାଇଁ ପଠାଯିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.