ମାଦକ ଦ୍ରବ୍ୟ ସେବନ କରେନି କି ଅପପ୍ରଚାର ମଧ୍ୟ କରେନି ବୋଲି କହିଲେ କରଣ ଜୋହର

ମୁମ୍ବାଇ : କେବେ ବି ମୁଁ ମାଦକ ଦ୍ରବ୍ୟ ସେବନ କରେ ନି କି ଏହାର ଅପପ୍ରଚାର ମଧ୍ୟ କରେନି ବୋଲି ନିଜର ଟ୍ୱିଟର ଏକାଉଣ୍ଟରେ ଶୁକ୍ରବାର ଦିନ ପୋଷ୍ଟ କରି ଡ୍ରଗ୍ସ ସହ ମୋର କୋ÷ଣସି ଲିଙ୍କ୍‌ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସୂଚନାଯୋଗ୍ୟ ଯେ କରଣଙ୍କ ଏକ ପାର୍ଟି ଯାହାକି ଗତବର୍ଷ ଜୁଲାଇ ମାସ ୨୮ ତାରିଖରେ ହୋଇଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛ । ଯେଉଁଥିରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ରଣବୀର କପୁର, ବରୁଣ ଧାୱାନ, ଅର୍ଜୁନ କପୁର, ମାଲାଇକା ଆରୋରା ପ୍ରମୁଖ ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହା ସହ ଅନେକ ସେଲିବ୍ରିଟିୀଙ୍କୁ ଡ୍ରଗ୍‌ସ୍‌ ସେବନ କରୁଥିବା ଏହି ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଲିଥିଲା ମଂଜିନ୍ଦର ସିଂ ସିର୍‌ସା ଟ୍ୱିଟ୍‌ କରି (ଏନ୍‌ସିବି) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କହିଛନ୍ତି ଯେ, କରଣଙ୍କୁ ଡ୍ରଗ୍ସ ବାବଦରେ ଜେରା କରିଯିବା ଉଚିତ୍‌ । ଧର୍ମା ପ୍ରଡକ୍ସନ୍‌ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ରବି ପ୍ରସାଦ ଏବଂ ଅନୁଭବ ଚୋପ୍ରାଙ୍କୁ ଆଜି ଏନ୍‌ସିବି ପକ୍ଷରୁ ଜେରା କରାଯାଇଛି । କିନ୍ତୁ କରଣ ବ୍ୟକ୍ତିଗତ ଭାବେ ପୋଷ୍ଟ କରି ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.