ls

ବର୍ଷାଙ୍କୁ ଧନ୍ୟବାଦ ଜଣାଇଲେ କଳିକେଶ

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବଢ଼ୁଥିବା ଶିଶୁ ଶ୍ରମିକ ପ୍ରଥାକୁ ବିରୋଧ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ ସେ ଏଠାକାର କିଛି ଶିଶୁ ଶ୍ରମିକଙ୍କ ଫଟୋ ପୋଷ୍ଟ କରି ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଅପିଲ କରିଛନ୍ତି । ବର୍ଷା ଏହି ଟ୍ୱିଟକୁ ବଲାଙ୍ଗିରର ପୂର୍ବତନ ଲୋକସଭା ସାଂସଦ କଳିକେଶ ସିଂହଦେଓଙ୍କୁ ଟ୍ୟାଗ୍‌ କରି ତାଙ୍କୁ ନିବେଦନ କରିଛନ୍ତି । ଶିଶୁ ଶ୍ରମିକ ଏବଂ ତାଙ୍କ ବାପାମାଆଙ୍କ ଫୋଟୋ ସହ କଳିକେଶଙ୍କୁ ଟ୍ୟାଗ୍‌ କରି ପରିବାର ଲୋକେ ସେମାନଙ୍କ ପିଲାମାନଙ୍କ ଉପରେ ନିର୍ଭର କରି ଚଳିବା ବନ୍ଦ ହେଉ ବୋଲି ଲେଖିଛନ୍ତି । ଶିଶୁମାନେ ବାହାରକୁ ଯାଇ କାମ କରି ପରିବାର ଚଳାଉଛନ୍ତି । ଜଣେ ଶିଶୁ ପାଇଁ ଏହା ବହୁତ ଯନ୍ତ୍ରଣା ଦାୟକ, ଯାହାକି ସେ ଖୋଲି କହିପାରେ ନାହିଁ । ସେ ଏହି ପିଲାମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଶିକ୍ଷା ପ୍ରତି ଦୃଷ୍ଟି ଦେବାକୁ କଳିକେଶଙ୍କୁ ଅନୁରୋଧ କରିଛନ୍ତି । ତେବେ ବର୍ଷା ଏହି ଘଟଣା କଳିକେଶଙ୍କୁ ଜଣାଇଥିବାରୁ ସେ ଏହାକୁ ରିଟ୍ୱିଟ୍ କରି ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶିଶୁମାନଙ୍କୁ ଯଥା ଶୀଘ୍ର ଯୋଗାଯୋଗ କରି ସେମାନଙ୍କୁ ସାହାଯ୍ୟ କରିବାକୁ କଳିକେଶ ବଲାଙ୍ଗିର ଜିଲ୍ଲାପାଳ, ବିଜୁ ଯୁବ ଜନତା ଦଳ ଏବଂ ବିଭିନ୍ନ ବିଭାଗର ସଭାପତିଙ୍କୁ ଟ୍ୟାଗ୍‌ କରି ଜଣାଇଛନ୍ତି ।

Leave A Reply

Your email address will not be published.