jsm

କର୍ମକର୍ତ୍ତା ନିର୍ବାଚନ ସହ ପଥପ୍ରାନ୍ତେ କବିତା ଆସର

csstore

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରରୁ ଅନତି ଦୂରରେ ଥିବା ବୁବୁଡା ଗ୍ରାମର ବାଟ୍ କଢ଼ୁଆଲ ତଥା ଏସ୍.ଏମ୍ କ୍ରିଏସନ୍ ପକ୍ଷରୁ କୋଭିଡ-୧୯କୁ ଦୃଷ୍ଟିରେ ରଖି ବୁକୁରାମୁଣ୍ଡା ସ୍ଥିତ ଏକ ଶାନ୍ତ ପରିବେଶରେ ସୃଷ୍ଟି ହୋଇଥିବା ମହିମା ଅଲେଖ ଆଶ୍ରମଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବିତା ଆସର ପୂର୍ବରୁ ବାଟ୍ କଢ଼ୁଆଲର ବାର୍ଷିକ ବିଶେଷାଙ୍କ ପାଇଁ ପ୍ରସ୍ତୁତି ବୈଠକ ପରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ନିରଂଜନ ତ୍ରିପାଠୀ ସାମ୍ବାଦିକ ତଥା ଲେଦା’ର ସଂପାଦକଙ୍କୁ ନିର୍ବାଚିତ କରା ଯାଇଥିବା ବେଳେ ସଂପାଦକ ଭାବେ ସୁରେନ୍ଦ୍ର ମେହେର, ପୈାଲସ୍ତ୍ୟ ସାହା, ସହ ସଂପାଦକ ଭାବେ ରମାକାନ୍ତ ସାହୁ, ଦେବୀପ୍ରସାଦ ଭୋଇ, ଜୟଶ୍ରୀ ମେହେର, ପରିଚାଳନା ସଂପାଦକ ଭାବେ ଚନ୍ଦନ ସାହୁ, ସୁମିତ ଦାନୀ ଓ କୋଷାଧ୍ୟକ୍ଷ ଭାବେ କିଶୋର ଦାଶ ନିର୍ବାଚିତ ହୋଇଥିଲେ । ପରେ କବିତା ଆସର ସୁରେନ୍ଦ୍ର ମେହେର ଏବଂ ପୈାଲସ୍ତ୍ୟ ସାହାଙ୍କ ସଂଯୋଜନାରେ ଚନ୍ଦନ ସାହୁ, ଉତ୍ତମା ପ୍ରଧାନ ପୈାଲସ୍ତ୍ୟ ସାହା ପ୍ରଭୂ ମହିମା ଅଲେଖଙ୍କ ଉପରେ ଆଧାରିତ ସ୍ୱରଚିତ ଭଜନ, କବିତା ମାନ ପାଠ କରାଯାଇଥିଲା ।

କୋଭିଡ-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତାରେ ବସି ଭକ୍ତଗଣ ଭଜନ ଶୁଣି ବହୁ ଖୁସି ହୋଇଥିଲେ । ଏଭଳି ପଥପ୍ରାନ୍ତେ ସାମାଜିକ ଦୂରତା ରଖି ବିଭିନ୍ନ ସ୍ଥାନରେ ଆଗାମୀ ଦିନଗୁଡିକରେ କବିତା ପାଠ୍ୟଚକ୍ର ମାନ ଅନୁଷ୍ଠିତ ହେବ ବୋଲି ବାଟକଢ଼ୁଆଲର ସଂପାଦକ ସୁରେନ୍ଦ୍ର ମେହେରଙ୍କ ଠାରୁ ପ୍ରକାଶ । ଶେଷରେ ସମସ୍ତେ ମିଶି ମହିମା ଆଶ୍ରମର ପରିବେଶ ସଫା ସୁତୁରା କରିଥିଲେ ।

yuvodaya
Leave A Reply

Your email address will not be published.