pakka

ପାଗଳ ବିଲୁଆ ଆକ୍ରମଣରେ ୭ ଗୁରୁତର

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମରେ ପାଗଳ ବିଲୁଆ ଆକ୍ରମଣରେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଜି ଭୋରୁ ଗାଁର କିଛି ଲୋକ ଏକାଠି ହୋଇ କିଛି ଲୋକ ଚାଷ ଜମିକୁ ଏବଂ ଅନ୍ୟ କିଛି ଲୋକ ଫୁଲ ତୋଳିବା, ଶୌଚ ପାଇଁ ଯାଉଥିବା ସମୟରେ ପାଗଳ ବିଲୁଆ କାମୁଡ଼ାର ଶିକାର ହୋଇଛନ୍ତି ।

jay balangir
Leave A Reply

Your email address will not be published.

20 − twelve =