om academy

୫ ଆଇପିଏସ୍‌ ଅଫିସରଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି

jsm

ଭୁବନେଶ୍ୱର : ୧୯୮୮ ବ୍ୟାଚ୍‌ର ୫ ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ଅମିତାଭ ଠାକୁର, ସୁରେଶ ଦେବଦତ୍ତା ସିଂ, ରାଜେଶ କୁମାର, ରବି କାନ୍ତ ଏବଂ ଦୟାଲ ଗଙ୍ଗୱାର । ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଦୟାଲ ଗଙ୍ଗୱାର କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ପ୍ରୋଫୋର୍ମା ପ୍ରୋମୋସନ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.