om academy

ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ । ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ୟ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି । ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ ଏବଂ ରାଉରକେଲା ସହରରେ ପ୍ରଥମ ପର୍ୟ୍ୟାୟରେ ୨୫ଟି ‘ମୋ’ ବସ୍‌ ଚଳାଚଳ ଶୁଭାରମ୍ଭ କରିବା ପାଇଁ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସହରରେ ହୋଇଥିବା ଅନ୍ୟ ଉନ୍ନତିମୂଳକ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଥିବା ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.