mahavir

ଝାରବନ୍ଧରେ ବିଜେପିର ମିଶ୍ରଣ ପର୍ବ : ଶତାଧିକ ବିଜେଡି କର୍ମୀ ପଦ୍ମ ଧରିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତରେ ଏକ ବିଜେପିର ମିଶ୍ରଣ ପର୍ବରେ ଶତାଧିକ ବିଜେଡି କର୍ମୀ ବିଜେପିରେ ପଦ୍ମ ଧରିଛନ୍ତି । ମାଣ୍ଡୋସିଲ ମଣ୍ଡଳ ସଭାପତି ଜତୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ମୂଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ବରଗଡ଼ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୂଏ ଉପସ୍ଥିତରେ ଝାରବନ୍ଧ ଗାଁର ପଞ୍ଚାୟତ ବିଜେଡି ଯୁବ ସଭାପତି ବିକ୍ରମ ସିଂ ପୂଜାରୀ ଓ ଉପସଭାପତି ହର ବୁଡେକ ନେତୃତ୍ୱରେ ବିଜେଡିର ଶତାଧିକ ପୁରୁଷ, ମହିଳା ତଥା ଯୁବକମାନେ ପଦ୍ମ ଧରିଛନ୍ତି । ଝାରବନ୍ଧ ପଞ୍ଚାୟତ ବିଜେଡି ସଭାପତି ବିକ୍ରମ ସିଂ ପୂଜାରୀ, ଉପସଭାପତି ହର ବୁଡେକ,ରବି ବାଗ, କଂଗ୍ରେସ ପଞ୍ଚାୟତ ସଭାପତି ସହଦେବ ମାଝୀ, ରାମେଶ୍ୱର ମାଝୀ, ମନିରାମ ଛତ୍ରିଆ, ଅମୃତ ଛତ୍ରିଆ, ପଦ୍ମନ ଭୋଇ, ଅର୍ଜୁନ ମାଝୀ, ସୁରେନ୍ଦ୍ର ସାହୁ, ଦଶରଥ ମାଝୀ, ଘଂସ ଅମିରିଙ୍କ ସମେତ ୧୪୦ ଜଣ ବିଜେଡି କର୍ମୀ ଓ ୧୦ ଜଣ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.