ବଣିପାହାଡ ପଡିଆରେ ପଡିଛି ୩ ମୃତଦେହ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର ମୃତଦେହ ପଡିଥିବାର କିଛି ଲୋକ ଦେଇଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ତିନି ଜଣଙ୍କର ସଠିକ୍ ପତ୍ତା କିମ୍ବା ପରିଚୟ ମିଳିନାହିଁ । ହେଲେ ସମସ୍ତ ତିନୋଟି ଯାକ ମୃତଦେହ ଓରିଏଣ୍ଟ ଥାନା ଅଞ୍ଚଳ ଏବଂ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି । ସେପଟେ ପୋଲିସର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ସଠିକ୍‌ ଘଟଣା ପଦାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ଏହା ପଛର କାରଣ କଣ ? ହତ୍ୟା ନା ଆଉ କିଛି ।

Leave A Reply

Your email address will not be published.

4 × 1 =