jayashree

ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି : ସୁଧାଂଶୁ ମିଶ୍ର ନୂତନ ଡିଇଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ବଡ ପରିବର୍ତ୍ତନ ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପତ୍ର ସଂଖ୍ୟା ୧୨୯୦୭ ଓ ୧୨୯୦୯ ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ-କମ-ଡିପିସି) ପ୍ରଦୀପ କୁମାର ନାଗଙ୍କୁ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି । ତାଙ୍କ ସ୍ଥାନରେ ନୂଆପଡା ଏଡିଇଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବଲାଙ୍ଗିର ଡିଇଓ-କମ-ଡିପିସି ଭାବେ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି । ପ୍ରଦୀପ କୁମାର ନାଗଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ଅନ୍ୟପଟେ ନୂତନ ଡିଇଓ ସୁଧାଂଶୁ ଶେଖର ମିଶ୍ରଙ୍କ ଆଗମନ ପରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ନେଇ ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.