jayashree

ଗ୍ରୀଷ୍ମ ପ୍ରବାହରେ ମାହେଶ୍ୱରୀ ସଂଗଠନର ମାନବିକ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନକୁ ଦିନ ତୀବ୍ର ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ସମାଜର ସମସ୍ତ ବର୍ଗର ଲୋକ ଏହାର ପ୍ରଭାବରେ ପୀଡିତ ହେଉଛନ୍ତି । ବିଶେଷ କରି ବଲାଙ୍ଗିର ପୌର ପାଳିକାର ସଫେଇ କର୍ମଚାରୀମାନେ ଦିନରାତି ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଚଣ୍ଡ ଖରା ଓ ତାତିରେ କାମ କରୁଥିବାରୁ ଅନେକ କଷ୍ଟ ସହିବାକୁ ପଡୁଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ଏକ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସଫେଇ କର୍ମଚାରୀମାନଙ୍କୁ ଟୋପି, ଗାମୁଛା, ଗ୍ଲୁକୋଜ ଏବଂ ପାଣି ବୋତଲ ସମ୍ମିଳିତ ସହାୟତା କିଟ୍‌ ବଣ୍ଟନ କରାଯାଇଥିଲା । ଆସନ୍ତା ଦିନର ତୀବ୍ର ଗ୍ରୀଷ୍ମ ପ୍ରବାହରେ ଏହି ସାମଗ୍ରୀ ଗୁଡିକ ସେମାନଙ୍କୁ କିଛି ପରିମାଣରେ ସହାୟତା କରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଜି ସକାଳୁ ମାହେଶ୍ୱରୀର ସଦସ୍ୟମାନେ ବିଭିନ୍ନ ଦଳ ଗଠନ କରି ସହରର ବିଭିନ୍ନ ସ୍ଥାନକୁ ଯାଇ ଅନେକ ସଫେଇ କର୍ମଚାରୀଙ୍କୁ ଏହି କିଟ୍‌ ପ୍ରଦାନ କରିଥିଲେ । ଏହି ପଦକ୍ଷେପକୁ ସାଧାରଣ ଲୋକ ଓ ସଫେଇ କର୍ମଚାରୀମାନେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦସ୍ୟ ସୁରଜ କୁମାର ପଟେଲ, ସ୍ପନ୍ଦନ ପ୍ରଧାନ, ରିସଭ କଲତା, ସୁଜିତ ସ୍ୱାଇଁ, ପ୍ରେମଜିତ ସ୍ୱାଇଁ, ବବଲୁ ସେଠ୍‌, ଅଚ୍ୟୁତ ସ୍ୱାଇଁ, ଶିବା ସାହୁ, ପ୍ରେମଶିଷ ପାଣ୍ଡିଆ, ରିଙ୍କୁ ବଗର୍ତ୍ତୀ, ସୁହାସିନି ଖଣ୍ଡୱାଲ, ଶାନ୍ତିଲତା ସାହୁ, ପଦ୍ମାଳୟା ବାରିକ, ଶୁଭଶ୍ରୀ ପଟ୍ଟନାୟକ, ଅର୍ପିତ ପୁରୋହିତ, ଅମନ୍‌ ଖାନ, ରଞ୍ଜିତ ସାହୁ, ଉତ୍ତମ ମହାନନ୍ଦ, ଶିବାନୀ ନାୟକ, ପ୍ରୀତିଶ ସାହୁ, ରାଧା ମାଧବ ଦାସ, ଶ୍ରୀରାମ ବଗର୍ତ୍ତୀ, ସୋମେଶ ସ୍ୱରୂପ ମିଶ୍ର, ଆଶୁତୋଷ ବାଗ, ଶିବାନନ୍ଦ ସାହାଣୀ ସହଯୋଗ କରିଥିଲେ । ଏହି ପଦକ୍ଷେପରେ ଦମୟନ୍ତୀ ଜ୍ୱେଲର୍ସ ସହଯୋଗ କରିଥିଲେ । ମାନବ ସେବା ହିଁ ଆମର ପରିଚୟ ଏହି ବାର୍ତ୍ତା ସହ ମାହେଶ୍ୱରୀ ସମାଜସେବା କାର୍ଯ୍ୟକୁ ଅବ୍ୟାହତ ରଖିଛି ।

Leave A Reply

Your email address will not be published.