oom

ଜନଗଣନା ପାଇଁ ଜିଲ୍ଲାପାଳ ପ୍ରଦାନ କଲେ ପଦକ ଓ ପ୍ରମାଣପତ୍ର

jsmm

ଜଗତସିଂହପୁର : ଗତକାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ୟ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରି ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ (ଏସ୍ ଏସ୍ ଏମ୍ ନାଉଗାଁ), ତପନ କୁମାର ପ୍ରଧାନ (ସୁଧକଣ୍ଠି ପ୍ରାଇମେରୀ ସ୍କୁଲ୍), ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ (କେ ଏଲ୍ ହାଇସ୍କୁଲ), ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ (ଦଧିବାମନ ୟୁପି ସ୍କୁଲ୍), ସତ୍ୟ ପ୍ରସନ୍ନ ଗୁରୁ (ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ୍), ନୃସିଂହ ଚରଣ ବାହାଲିଆ (ସୁରବଲ ହାଇସ୍କୁଲ ବଉଳାଙ୍ଗ), ବିପିନ୍ କୁମାର ସେଠୀ (ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁର)ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.