jayashree

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୬ର ୨ୟ ସନ୍ଧ୍ୟା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଞ୍ଜପୁର ଠାରେ ଆୟୋଜିତ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା – ୨୦୨୬ର ୨ୟ ସନ୍ଧ୍ୟାରେ ପ୍ରଥମେ ସୌମ୍ୟଶ୍ରୀ ଦାସ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଆକର୍ଷଣୀୟ ଯୋଗାସନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ମୁଦ୍ରାକଳା ଏକାଡେମୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ଶ୍ରୀ ଜଗନ୍ନାଥ କଳା ଏକାଡେମୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ମୟୁରଭଞ୍ଜ ଝୁମର ମେଲୋଡିର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ । ସାଂସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ଦିଗ ଦର୍ଶନରେ ଡ଼. ପ୍ରୀତମ ପଣ୍ଡା, ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା କାଲି ନଂ ୧ ଡ୍ୟାନ୍ସ ଗ୍ରୁପ, ଭାରତୀ କଲେଜ ଅଫ୍‌ ନର୍ସିଙ୍ଗ, ଆର୍‌ଏନ୍‌ ଡ୍ୟାନ୍ସ ଗ୍ରୁପ, ରାଜକମଲ ହେପି କିଡ଼ସ ସ୍କୁଲ, ଭାରତୀ ପବ୍ଲିକ ସ୍କୁଲ ଓ ପରମେଶ୍ୱର ଓଲିଉଡ଼ ଷ୍ଟାର ଡ୍ୟାନ୍ସ ନାଇଟର କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି । ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.