csstore

ବିଜେଡ଼ିର ଜନ ସଂପର୍କ ପଦଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତର ତାଲଜୁରୀ ଗ୍ରାମରେ ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଗ୍ରାମ ପରିକ୍ରମା କରି ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ସଭାପତି ହୃଦୟନନ୍ଦ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ସ୍ଥାନୀୟ ସମିତି ମିଶ୍ର ବରିହା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଲ, ପୂର୍ବତନ ସରପଞ୍ଚ ନେହେରୁ ବିଶ୍ୱାଳ, ପ୍ରଦୀପ ସାହୁ, ଅଂଶୁମାନ ଗୁରୁ, କୈଳାଶ ବରିହାଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ଉପରେ ଆଲୋକପାତ କରିଥିଲେ । ଏହାସହ ଆଗାମୀ ଦିନରେ ବିଜେଡ଼ି ଦଳକୁ ଶକ୍ତିଶାଳୀ କରିବା ସହିତ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ଅତିଥି ବୃନ୍ଦ ଆହ୍ୱାନ କରିଥିଲେ । ଏହି ପଦଯାତ୍ରାରେ ବିଜେଡ଼ି କର୍ମୀ ସାମିଲ ହୋଇଥିବା ବେଳେ ପଦଯାତ୍ରାରେ ବହୁ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଶେଷରେ ପୂର୍ବତନ ସରପଞ୍ଚ ଶେଷଦେବ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.