ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପଦଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ସକାଲ ୭ଟାରୁ ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କୋଏଲ୍‌ନଗର ସି ବ୍ଲକଛକରୁ ବାହାରି କୋଏଲ୍‌ନଗର ଏ ବ୍ଲକ, ବି ବ୍ଲକ, ଜଗଦା ଅଞ୍ଚଳରେ ନିର୍ବାଚନ ପଦଯାତ୍ରା କରି ଉକ୍ତ ଅଂଚଳର ଜନସାଧାରଣଙ୍କର ସମର୍ଥନ ଭିକ୍ଷା କରିବା ସହିତ ଶକ୍ତିନଗର ଛକରେ ନିର୍ବାଚନୀ ସଭା କରି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ବିଶଦ ଭାବରେ ଜନସାଧାରଣଙ୍କୁ ବୁଝେଇବା ସହିତ ରାଉରକେଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ଉଦ୍‌ବୋଧନ ପ୍ରଦାନ କରି ଥିଲେ । ଏହି ଅବସରରେ ତାଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ରଶ୍ମି ପାଢ଼ୀ, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଶ୍ରୀ ନାୟର, ସରୋଜ ଲେଙ୍କା, ନଚିକେତା ମହାପାତ୍ର, ଶିବୁ ଦୀପ, ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ, ଯୁବ ସଭାପତି ମୋତିଲାଲ ଦୀପ, ସିଲୁ ବରାଳ, ଗୀତା ସିଂହ, ଦୁଃଶା ନାୟକ, ଲତା ନାୟକ, ବ୍ଲକ ସଭାପତି ରମେଶ ଗୁପ୍ତା, ଭୀମ ମାହାତୋ, ପ୍ରକାଶ ଜେନା, ଡାଭିଡ କୁଜୁର, ଦିବାକାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five + two =