csstore

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଂଚାୟତର ବିଅଁରପାଲି ଓ ବେଲପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଅଁରପାଲି ଓ ବେଲପାଲି ଗ୍ରାମରେ ପଦଯାତ୍ରା କରିବା ସହିତ ଗ୍ରାମମାନଙ୍କଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗ୍ରାମର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂହା ବ୍ଲକ ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି କୈଳାଶ ବରିହା, ବାନିପାଲି ପଂଚାୟତର ପୂର୍ବତନ ସମିତି ପ୍ରମୋଦ ଭୋଇ, ସାଧୁ ଭୋଇ, ଅଂଶୁମାନ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.