jsm

ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ରେ ପଦଯାତ୍ରା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଆମ ଆଦମୀ ପାଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖରେ ଦିବା ୧୧ ଘଟିକା ସମୟରେ ଗାନ୍ଧୀପାଠାଗାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମିଶନ ଶକ୍ତିରେ କାମ କରୁଥିବା ଷ୍ଟାଫ୍‌ ଯଥା ଏମ୍‌ବିକେ, ସିଆର୍‌ପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲ୍‌ଏସ୍‌ପିମାନଙ୍କର ଚାକିରିକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦେବା ପାଇଁ ସ୍ଥିର ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ ଷ୍ଟାଫ୍‌ମାନଙ୍କର ଯୁକ୍ତିଯୁକ୍ତ ଦାବୀକୁ ଅଣଦେଖା କରୁଛି । ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ । ତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ ଆଦମୀ ପାର୍ଟି ଦାବୀ କରିଛି । ଆଗାମୀ ୨୮ ତାରିଖରେ ମିଶନ ଶକ୍ତିର ସହାୟକ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଆପ ପକ୍ଷରୁ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ ବୋଲି ଆମ ଆଦମି ପାର୍ଟିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଆଶିଷ ପାଣ୍ଡେ, ରମାକାନ୍ତ ବେହେରା, ଜୟପ୍ରକାଶ ମିଶ୍ର, ପ୍ରହଲ୍ଲାଦ ବାଗ, ଅମନ ମହାପାତ୍ର, ଚୈତନ୍ୟ ମଟାରୀ, ସମାରୁ ଭୋଇ, ସରୋଜ ସାମଲ, ହେମନ୍ତ ଜାଲ, ଚୈରନ୍ୟ ପ୍ରଧାନୀ ଆଦି ପାର୍ଟି କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

yuvodaya
Leave A Reply

Your email address will not be published.