ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ନିମନ୍ତେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଆମ ସମାଜରେ ଯକ୍ଷ୍ମା ରୋଗର ମୂଳ ଉତ୍ପାଟନ କରିବା ନିମନ୍ତେ ଜନ ଭାଗିଦାରୀର ଅଭିଯାନ ଟିବି ରୋଗୀଙ୍କୁ ସହାୟତାର ସଂକଳ୍ପ ନିଅନ୍ତୁ, ନି-କ୍ଷୟ ମିତ୍ର ହୁଅନ୍ତୁ । ସମସ୍ତ ବ୍ୟକ୍ତି ନି-କ୍ଷୟ ମିତ୍ର ହୋଇ ଟିବି ରୋଗୀମାନଙ୍କର ସହାୟତା କରିବାର ସଂକଳ୍ପ ନିଅନ୍ତୁ । ଯେ’ କୌଣସି ସାଧାରଣ ନାଗରିକ ଜନପ୍ରତିନିଧି, ବେସରକାରୀ ସଂସ୍ଥାନ, କର୍ପୋରେଟ ସଂସ୍ଥାନ ନି-କ୍ଷୟ ମିତ୍ର ହୋଇପାରିବେ । ଯକ୍ଷ୍ମା ରୋଗ ଟିବିର ମୂଳ ଉତ୍ପାଟନ କରିବା ଦିଗରେ ସହାୟକ ହେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ବାର୍ତ୍ତାକୁ ଜନ ସଚେତନତା କରାଯାଇଛି । ଏଥିରେ ଛତ୍ରପୁର ବ୍ଲକର ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିରଣ କୁମାର ପଣ୍ଡା, ଟିବି ଚାମ୍ପିୟନ ମୁନା ବେହେରା, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ଓ ସମସ୍ତ ଚମାଖଣ୍ଡି ଗ୍ରାମବାସୀ ବୃନ୍ଦ, ପିଆର ମେମ୍ବର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

1 + 6 =