ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପାଟଣାଗଡ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପାଟଣାଗଡ ବିଧାୟକ ତଥା ବିଜେଡିର ଉପସଚେତକ ସରୋଜ ମେହେରଙ୍କୁ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲାଣି ବଲାଙ୍ଗିର ଦିନ୍‌ର ଆୟୋଜକ କମିଟି ଓଡିଶା ଗେଜେଟ୍‌ରେ ଉଲ୍ଲେଖ ଥିବା ଦିନକୁ ଲିଖିତ ଭାବେ ବଲାଙ୍ଗିର ଦିନ ପାଳନ ପାଇଁ ଦାବୀ ପ୍ରଦାନ କରିଛନ୍ତି । ଏ ବିଷୟରେ ପାଟଣାଗଡ ବିଧାୟକ ଶ୍ରୀ ମେହେର ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଓ ବିଭାଗ ସହ ଆଲୋଚନା କରି ଦାବୀ ପ୍ରଦାନ କରିବି ବୋଲି ମତପ୍ରକାଶ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଐତିହାସିକ ରାଣୀପୁର ଝରିଆଲ, ୬୪ ଯୋଗିନୀ, ହରିଶଙ୍କର, କୋସଲ କଳାମଣ୍ଡଳ, ପାଟଣାଗଡର ପାଟନେଶ୍ୱରୀ, ଟିଟିଲାଗଡର କୁମୁଡା, ବଲାଙ୍ଗିରର ଶୈଳେଶ୍ରୀ ପ୍ୟାଲେସ, ଭୀମ ଡୁଙ୍ଗୁରି, ଆଟଗାଁ ଜମିଦାର କିର୍ତ୍ତି ବଜାୟ ରହିଥିବା ବେଳେ ଐତିହ୍ୟ କଳା ସଂସ୍କୃତି ଓ ପରଂପରା କଳା ବଜାୟ ରଖିବା ପାଇଁ ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ମିଶ୍ର, ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ସଂପାଦକ ପ୍ରଶାନ୍ତ ମହାକୁର ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ବଲାଙ୍ଗିର ଦିନ୍‌ ବିଭିନ୍ନ କ୍ଲବ, ପଂଚାୟତ, ସବ୍‌ଡିଭିଜନରେ କିପରି ପାଳନ ହେବ ତାର ଉଦ୍ୟମ କରାଯିବ ବୋଲି ଆଲୋଚନା କରିଥିଲେ ।

Leave A Reply

Your email address will not be published.

3 × four =