‘ବାଟ୍ କଢୁଆଲ୍’ ସମ୍ବଲପୁରୀ ପତ୍ରିକା ଲୋକାର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ସୁରେନ୍ଦ୍ର ମେହେରଙ୍କ ସଂପାଦନାରୁ ‘ବାଟ୍ କଢୁଆଲ୍’ ସମ୍ବଲପୁରୀ ବାର୍ଷିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇ ଆସୁଥିଲା । ରଥଯାତ୍ରା ଅବସରରେ ବାଟ୍ କଢୁଆଲ୍ ପତ୍ରିକାର ନବ କଳେବର କରାଯାଇଛି ତଥା ବାର୍ଷିକ ସାହିତ୍ୟ ପତ୍ରିକାକୁ ମାସିକ ପତ୍ରିକା ଭାବରେ ପ୍ରକାଶିତ କରାଯିବ । ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଅନେକ ସାହିତ୍ୟ ପ୍ରେମୀ, ପାଠକ ମାନଙ୍କ ଦ୍ୱାରା ‘ବାଟ୍ କଢୁଆଲ୍’ ପତ୍ରିକାର ଲୋକାର୍ପଣ ହୋଇଯାଇଛି ।

Leave A Reply

Your email address will not be published.