pakka

ଚଳିତ ବର୍ଷ ଏପ୍ରିଲ ୯ରେ ହେବ ଓଟିଇଟି

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଟିଇଟି(ଓଡ଼ିଶା ଶିକ୍ଷକ ଯୋଗ୍ୟତା) ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୯ରେ ଅଫଲାଇନ ମାଧ୍ୟମରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ପରୀକ୍ଷା ପାଇଁ ରାଜ୍ୟରେ ୪୯୧ ସେଣ୍ଟର ସ୍ଥିର କରାଯାଇଥିବା ବେଳେ ଗୋଟିଏ ଦିନରେ ପେପର-୧ ଓ ପେପର-୨ ପରୀକ୍ଷା ହେବ । ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦.୩୦ ପର୍ୟ୍ୟନ୍ତ ହେବ । ପେପର-୨ ମଧ୍ୟାହ୍‌ହ୍ନ ୧୨ଟାରୁ ୨.୩୦ ପର୍ୟ୍ୟନ୍ତ ହେବ ଏବଂ ଓଏମଆର ପଦ୍ଧତିରେ ପରୀକ୍ଷା ହେବ । ଏବର୍ଷ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ପରୀକ୍ଷାର୍ଥୀମାନଙ୍କ ପାଇଁ କରୋନା କଟକଣା ଜାରି କରାଯାଇଛି । ସେମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସେଣ୍ଟରମାନଙ୍କରେ ସାନିଟାଇଜରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

jay balangir
Leave A Reply

Your email address will not be published.

nineteen + fifteen =

error: Content is protected !!